ସୁନ୍ଦରଗଡ଼ ଅଞ୍ଚଳ ଜଣେ ଯୁବତୀ ଙ୍କୁ ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ଗ୍ରାମ ର ଜଣେ BSF ଯବାନ ଗତ ପ୍ରାୟ ୩ ବର୍ଷରୁ ପ୍ରେମ ସମ୍ପର୍କରେ ଥିବା ବେଳେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅନେକ ସହ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ମାତ୍ର ବର୍ତ୍ତମାନ ସମ୍ପୃକ୍ତ ଯୁବତୀ ୬ ମାସର ଗର୍ଭବତୀ ଥିବା ବେଳେ ପ୍ରେମିକ BSF ଯବାନ ଜଣକ ଆଉ ଧରାଛୁଆଁ ଦେଉନାହାନ୍ତି। ଶେଷରେ ନିରୁପାୟ ହୋଇ ପ୍ରେମିକା ଜଣକ ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ଗୋବିନ୍ଦପୁର ଥାନାର ଦ୍ବାରସ୍ଥ ହୋଇଥିଲେ।