ଝାରସୁଗୁଡା: ଡକାୟତି ଯୋଜନାବେଳେ ମାଡି ବସିଲା ଓରିଏଣ୍ଟ ଥାନା ପୋଲିସ, ୪ ଜଣ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ ଏବଂ ୨ ଅଭିଯୁକ୍ତ ଫେରାର
ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗର ପୋଖରୀ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ ଏକ ଡକାୟତି ଦଳ ବିଭିନ୍ନ ମାରଣାସ୍ତ୍ର ଧରି ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ବେଳେ ହଠାତ ପୋଲିସ ଚଡାଉ କରି ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ୨ ଜଣ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଆଜି ସୋମବାର ଦିନ ଏକ ମାମଲା ରୁଜ୍ଜୁ କରାଯାଇ ଗିରଫ ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଓରିଏଣ୍ଟ ପୋଲିସ ତରଫରୁ ସନ୍ଧ୍ୟା ସାଢ଼େ ସାତଟା ସମୟରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଓରିଏଣ୍ଟ ଥାନା କାଲିନଗର ଅଞ୍ଚଳର ଆଶୀଷ ବେହେରା ଓ