ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏସପିଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ,ବ୍ରାଉନସୁଗାର ଜବତ ନେଇ ସୂଚନା ଦେଲେ ଏସପି
ବ୍ରାଉନସୁଗାର ଜବତ ନେଇ ଜଗତସିଂହପୁର ଏସପିଙ୍କ ତରଫରୁ ଜଗତସିଂହପୁର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ । ଆଜି ରାତି ୭ ଟା ସମୟରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ପୋଲିସ ଦ୍ୱାରା ଜଗତସିଂହପୁର ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ମନ୍ଦିର ପୁନଙ୍ଗ କେନାଲ ରୋଡ଼ରେ ମାର୍କଣ୍ଡପୁର ଗ୍ରାମର ଦୀପକ ଦାସ ନାମକ ଜଣେ ଯୁବକ ନିକଟରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଉକ୍ତ ଯୁବକକୁ ଗିରଫ କରାଯାଇଥିବା ନେଇ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଏସପି ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି ।