ସୋର: ଖୁଣ୍ଟା ବେଙ୍ଗେଇ ଗ୍ରାମରେ ଶାଳ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Soro, Balasore | Oct 31, 2025 ସୋର ଥାନା ମାଣିପୁର ପଞ୍ଚାୟତ ଖୁଣ୍ଟା ବେଙ୍ଗେଇ ଗ୍ରାମର ଜଣେ ଯୁବକ ବେକରେ ପିନ୍ଧା ଧୋତି ବାନ୍ଧି ଗଛ ଡାଳରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଗ୍ରାମର ଭିମା ହେମ୍ରମ (୪୫) ଜଣେ ମାନସିକ ଅନଗ୍ରସର ରୋଗୀ।ଆଜି ସକାଳେ ତାଙ୍କୁ ପରିବାର ଲୋକେ ଘରେ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଘର ଠାରୁ କିଛି ଦୁରରେ ଥିବା ଏକ ଶାଳ ଗଛରେ ବେକରେ ପିନ୍ଧା ଧୋତି ବାନ୍ଧି ଝୁଲୁଥିବାର ଦେଖିଥିଲେ। ଏହା ଦେଖି ଗ୍ରାମବାସୀ ମାନେ ସୋର ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ।