ଆସନ୍ତା ୩ ଦିନ ପାଇଁ ବାମରା ଦେଇ ଯାଉଥିବା ରାଉରକେଲା ଝାରସୁଗୁଡା ମେମୁ ଟ୍ରେନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ରହିଥିବା ବିଭିନ୍ନ ପରିଚାଳନା ଗତ ସମସ୍ୟା ଯୋଗୁଁ ଆସନ୍ତା ନଭେମ୍ବର ୨୫, ୨୬ ଓ ୨୭ ତାରିଖ ଦିନ ବାମରା ଦେଇ ଯାଉଥିବା ରାଉରକେଲା ଝାରସୁଗୁଡା ମେମୁ ଉଭୟ ଅପ ଓ ଡାଉନ୍ ପଟରୁ ବାତିଲ ରହିବ। ଏନେଇ ରବିବାର ସନ୍ଧ୍ୟା ସାତଟାରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।