ନୀଳଗିରି: ପଞ୍ଚୁଲିଙ୍ଗେଶ୍ୱର ଠାରେ ହୋଟେଲର ମାଲିକଙ୍କୁ ଆକ୍ରମଣ କରିବା ନେଇ ଥାନାରେ ଅଭିଯୋଗ
ନୀଳଗିରି ଥାନା ଅଧୀନ ପଞ୍ଚଲିଙ୍ଗେଶ୍ବରରେ ଜଣେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ମାଉଣ୍ଟେନ ଟ୍ରେଲ ହୋଟେଲର ମାଲିକ ବିବେକ ପରିବାରସହ ହୋଟେଲରେ ବସିଥିଲେ। ଏହି ସମୟରେ କୋଳିଗଡ଼ି ଗାଁର ଦୀନବନ୍ଧୁ ମଲିକ,ମର୍ଦରାଜପୁର ଗାଁର ବିବେକ ଜେନା ଓ ଅନ୍ୟ ୨ସହଯୋଗୀ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।ସମ୍ପୃକ୍ତ ହୋଟେଲ ମାଲିକ ଏହାକୁ ପ୍ରତିବାଦ କରିବାରୁ ଅଭିଯୁକ୍ତ ଏକ ଇଟାରେ ତାଙ୍କ ମୁଣ୍ଡକୁ ପ୍ରହାର ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ l