ହିନ୍ଦୋଳ: ହିନ୍ଦୋଳରେ ମାଙ୍କୁ ମେଲାଣି, ୧୭ଟି ମେଢ ଯୋଗଦାନ
ଢେଙ୍କାନାଳ ଜିଲ୍ଲାରେ ମା ଗଜଲଷ୍ମୀ ପୂଜା ଓଡିଶା ପ୍ରସିଦ୍ଧ. ଗାଁରୁ ସହର ସବୁଠି ଧନ ଦାତ୍ରୀ ଲଷ୍ମୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ହିନ୍ଦୋଳ ବିଜ୍ଞାପିତ ଅଂଚଳ ମଧ୍ୟ ଏଥିରୁ ବାଦ ଯାଇନ ଥିଲା । ମାଙ୍କ ପୂଜାପରେ ଆଜି ମାଆଙ୍କ ମେଲାଣି ଅନୁଷ୍ଠିତ ହୋଇଛି। ସହରରେ ଥିବା ୧୭ଟି ମେଢ଼ ବ୍ଲକ ଛକ ଦେଇ ରାଜବାଟି ରାସ୍ତାରେ ଅତିକ୍ରମ କରିବା ପରେ ସାଆନ୍ତସାହି ହଟ ଛକ ଦେଇ ପାସ କରିଛି।ଆଜି ସନ୍ଧ୍ୟା ସୁଦ୍ଧା ସବୁ ମେଢ଼ ବିସର୍ଜନ କରାଯିବାକୁ ପ୍ରଶାସନ ପକ୍ଷରୁ ନିର୍ଧାରିତ ହୋଇଛି. ରଙ୍ଗାରଙ୍ଗ ନୃତ୍ୟ ବାଦ୍ୟା ତାଳେ ତାଳେ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ପାଖ ନାଳରେ ଭାଷଣ କରାଯିବ