ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନକୁ ଚଢ଼ିବା ସମୟରେ ଖସିଗଲା ବୃଦ୍ଧଙ୍କ ଗୋଡ଼, ଫଳରେ ବୃଦ୍ଧଙ୍କ ମୃତ୍ୟୁ
ଝାରସୁଗୁଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନକୁ ଚଢ଼ିବା ସମୟରେ ଖସିଗଲା ବୃଦ୍ଧଙ୍କ ଗୋଡ଼, ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ସକାଳ ସାଢେ ସାତଟା ସମୟରେ ଝାରସୁଗୁଡା ରେଲ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ରେ ରାୟପୁର ଯିବାକୁ ଆରମ୍ଭ କରୁଥିବା ଚଳନ୍ତା ଜ୍ଞାନେଶ୍ବରୀ ଏକ୍ସପ୍ରେସ କୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସି ପଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବରଗଡ଼ ଜିଲ୍ଲା ମେଲଚ୍ଛାମୁଣ୍ଡା ଥାନା ଅନ୍ତର୍ଗତ ସାରଙ୍ଗପୁର ଗ୍ରାମ ର ବି. ଶିବ ଶଙ୍କର ସାହୁ ନାମକ ଜଣେ ପଣ୍ଡିତ ହୋଇଥିବା ନେଇ ଜଣାପଡିଛି।