ବ୍ରଜରାଜନଗର ସରସ୍ଵତୀ ଶିଶୁ ମନ୍ଦିର ରେ ଆଜି ସକାଳ ଏଗାରଟା ସମୟରେ ଭାରତୀୟ ଭାଷା ଦିବସ ପାଲିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭାଷା ଉପରେ ଅନେକ ନୁକଡ ନାଟକ ପ୍ରଦର୍ଶନ କରିଥିଲେ ଓ ଭାଷା କୁ ନେଇ ଅନେକ କବିତା ମଧ୍ୟ ପଠନ କରାଯାଇଥିଲା । ଶେଷରେ ପରିଚାଳନା କମିଟି ର ସଭାପତି ଗୋବିନ୍ଦ ସିଂହ, ସମ୍ପାଦକ ସୁଧୀର ନାଏକ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ଉପ ସଭାପତି ରାଧେଶ୍ୟାମ ଶର୍ମା, କୋଷାଧ୍ୟକ୍ଷ ଭବାନୀ କୁଅଁର ଉପସ୍ଥିତ ଥାଇ ସମସ୍ତ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଟିଫିକେଟ ସହ ପୁରସ୍କାର ବିତରଣ କରିଥିଲେ ।