ଆଜି ହେଉଛି ମୁସଲମାନ ସଂପ୍ରଦାୟର ଅନ୍ୟତମ ପ୍ରମୁଖ ପର୍ବ ମହରମ। ଏଥିପାଇଁ ଆଜି ସମ୍ବଲପୁର ସହରର କୁମ୍ଭାରପଡ଼ା, ଦଲେଇପଡା , ମୋଦିପଡ଼ା, ବଡବଜାର,ପେନସନ ପଡ଼ା, ଭୁତାପଡା,ମୋତିଝରଣ, ସୁନାପାଲି ଠାରୁ ମହରମ୍ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତ ତାଜିଆ ଗୁଡ଼ିକ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଏହି ତାଜିଆ ଶୋଭାଯାତ୍ରାରେ ବିଭିନ୍ନ ମହରମ କମିଟିର ସଭ୍ୟ ମାନେ ଆଖଡ଼ା ମଧ୍ୟ ପରିବେଷଣ କରୁଥିବା ନେଇ ସୁଚନା ମିଳିଛି।