ଖଲ୍ଲିକୋଟ୍: ଡିମିରିଆ ଛକରେ ମଇଁଷି କୁ ଧକ୍କା ଦେଲା କାର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଡିମିରିଆ ଛକରେ ମଇଁଷି କୁ ଏକ କାର ଧକ୍କା ଦେଇଥିବା ବେଳେ କାର ଭିତରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ଭୁବନେଶ୍ୱର ପଟୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ହଠାତ୍ ଡିମିରିଆ ଛକରେ ଏକ ମଇଁଷି ସହ ଧକ୍କା ହୋଇଥିଲା । ଯାହା ଫଳରେ କାର ଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ର ଶିକାର ହୋଇଥିଲେ କାର ଚାଳକ । ତେବେ କାର ଟି ଥାନାରେ ଅଟକ ଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।