ପଣ୍ଡକିମାଲ ଛକରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ କୁ ପଛରୁ ଧକ୍କା ଦେଲା କାର , ଜଣେ ଆହତ ରେଢ଼ାଖୋଲ ବଉଦ ରାସ୍ତାର ପଣ୍ଡକିମାଲ ଛକରେ ମଙ୍ଗଳବାର ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକକୁ ପଛପଟୁ ଏକ କାର ଧକ୍କା ଦେଇଛି । ଫଳରେ କାର ଚାଳକ ଆହତ ହୋଇଛନ୍ତି । କାରରେ ପୋଲିସ ବିଭାଗର ଜଣେ କର୍ମଚାରୀ ସୋନପୁର ରୁ ଭୁବନେଶ୍ୱର ଯାଉଥିଲେ ହେଲେ ପଣ୍ଡକିମାଲ ଠାରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକକୁ ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲେ ।