କଟକ ପୌରାଞ୍ଚଳ: ପାର୍ବଣରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସହରବାସୀଙ୍କ ମଧ୍ୟରେ ସଚେତନ ଲାଗି ଗୁରୁବାର କଟକ ପୋଲିସର ଅଭିନବ ପ୍ରୟାସ
ପାର୍ବଣରେ ପଡ଼ୁ଼ୁଥିବା ପୂଜାଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ନୀତିନିୟମ ମାନି ଭସାଣ ଉତ୍ସବ ପାଳନ କରିବା ଦିଗରେ ସହରବାସୀଙ୍କ ମଧ୍ୟରେ ସଚେତନ ଜାରି ରଖିଛି କଟକ ପୁଲିସ। ଏହିକ୍ରମରେ ଗୁରୁବାର ଦିନ ୩ ଟାରେ କଟକ ୟୁପିଡ଼ିର ୬ ଥାନା ଯଥା- ବୟାଳିଶ ମୌଜା ସୁଦର୍ଶନ ମହାବିଦ୍ୟାଳୟ, ଅଧିନ ଜେକେବିକେ କଲେଜ, ମାଲ୍ଗୋଦାମ ଥାନାର କମଳାକାନ୍ତ ବିଦ୍ୟାପୀଠ, ଲାଲ୍ବାଗ ଥାନା ଅଞ୍ଚଲର କାଜିବଜାର ହାଇସ୍କୁଲ ଓ ବାଦାମବାଡ଼ି ଥାନା ଅଧିନସ୍ଥ ତେନାଜୀ ବସ୍ ଟର୍ମିନାଲ୍ରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।