ଗୋବିନ୍ଦପୁର: ବିଲେଇଘାଟି ଠାରେ ଚାଲିଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାମରା ବ୍ଲକ ଅନ୍ତର୍ଗତ ବିଲେଇ ଘାଟି ଠାରେ ରାଜୀବ ଗାନ୍ଧୀ କ୍ଳବ୍ ପକ୍ଷରୁ ଚାଲିଥିବା ଦୁଇ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ବିଭିନ୍ନ ଜିଲ୍ଲା ରୁ ମୋଟ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ଏହାର ଫାଇନାଲ ମ୍ୟାଚ୍ ରେ ସୁନ୍ଦରଗଡ଼ ଜିଲ୍ଲା କୁଲଙ୍ଗା ର ମିଞ୍ଜ ବ୍ରଦର୍ ଟିମ୍ କୁ ପରାସ୍ତ କରି ଝାରସୁଗୁଡ଼ା ଜିଲ୍ଲା ହଣ୍ଡାତୁପା କିସାନ ଫୁଟବଲ୍ କ୍ଳବ୍ ଟିମ୍ ବିଜେତା ହୋଇଥିଲା।