ସୋନପୁର: ଦୁର୍ଦୁରା ବାଲିଘାଟ ରାସ୍ତାରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଦୁର୍ଦୁରା ବାଲିଘାଟ ରାସ୍ତାରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ଖବର ପାଇ ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଯାରି ରଖିଛି।ଅନ୍ୟପଟେ ବିରାମହରାଜପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିବା ପରେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥାନରେ ପହଞ୍ଚି ମୃତ ବ୍ୟକ୍ତି ଙ୍କୁ ବ୍ୟବଛେଦ ପାଇଁ ପଠା ଯାଇଛି l ଆସନ୍ତାକାଲି ସକାଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ ସୂତ୍ରରୁ ଖବର ମିଳିଛି।