ଆଜି ବୁଧବାର ପୂର୍ବାହ୍ନ ୧୧ଟାରେ ବରଗଡ଼ ଜିଲ୍ଲା ଗର୍ଭଣା ଦୁଗ୍ଧ ଶୀତଳକକେନ୍ଦ୍ର ର ୧୭ ଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଗୁଡ଼ିକ ର ସଂପାଦକ ମାନଙ୍କ ନେଇ ଏକ ସଚେତନତା କର୍ମଶାଳା ଭେଡ଼େନ ବ୍ଲକ ପପଙ୍ଗା ପର୍ଯ୍ୟଟନ ସ୍ଥଳୀ ଠାରେ ଅନୁଷ୍ଠିତ ହେଇଯାଇଛି | ଏହି ଅବସର ରେ ଗର୍ଭଣା ବିଏମସିର ଇନଚାର୍ଚ୍ଚ ଶଙ୍କର୍ଷଣ କର୍ଣ୍ଣ ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ସରେତନତା କାର୍ଯ୍ୟକ୍ରମ ରେ ଓମଫେଡ଼ ପରିଚାଳିତ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ସମ୍ବଲପୁର ଜିଏମ ଯୋଗ ଦେଇଥିଲେ |