ଝାରସୁଗୁଡା: ଟ୍ରକ ଚୋରି ଅଭିଯୋଗରେ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ସଦର ଥାନା ପୋଲିସ, ଚୋରି ଟ୍ରକ ଜବତ
ଟ୍ରକ ଚୋରି ଅଭିଯୋଗରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ସଦର ଥାନା ପୋଲିସ। ସୂଚନା ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡ଼ିପୁପଡ଼ା ର ସଞ୍ଜୟ କୁମାର ୟାଦବ ଗତ ୨୦ ତାରିଖ ଦିନ ତାଙ୍କ ଟ୍ରକ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପାର୍କ କରାଯାଇଥିବା ବେଳେ କେହି ଦୁବୃତ୍ତ ଟ୍ରକ ଚୋରି କରି ନେଇଥିବା ନେଇ ଅଭିଯୋଗ କରିଥିଲେ। ସଦର ଥାନା ପୋଲିସ ଓପେରେସନ ନେତ୍ର ଅନୁଯାୟୀ ସିସିଟିଭି ଆଧାରରେ ତଦନ୍ତ କରି ଟ୍ରକ କୁ ଛତିଶଗଡ଼ ରାଜ୍ୟ ରାୟପୁର ରୁ ଜବତ କରିଛି। ଏହି ଘଟଣାରେ ପୋଲିସ ଆଜି ଡ଼ିପୁପଡ଼ା ର ବିକାଶ ୟାଦବ, ବିହାର ଅରୁବାଳ ଜିଲ୍ଲାର ଅମରଜିତ କୁମାର