NH–49 ଲଖନପୁର ବ୍ଲକରେ ଦୁର୍ଘଟଣା, ବାଇକ ଆରୋହୀ ଆହତ ଲଖନପୁର ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ–49 ର କୁଡାଲୋଇ ବିଛୁଆଁ ପଡ଼ା ରୋଡ଼ ସାଇଟ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ଛଅଟା ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ଭାରୀଯାନ (ଟ୍ରକ) ହଠାତ୍ ବ୍ରେକ ଡାଉନ ହୋଇ ରାସ୍ତା ପାଖରେ ଠିଆ ହୋଇଥିବା ବେଳେ ଲଖନପୁର ପଟୁ ଆସୁଥିବା ଜଣେ ବାଇକ ଆରୋହୀ ନିୟନ୍ତ୍ରଣ ହରାଇ ଟ୍ରକର ପଛ ପଟେ ଜୋରେ ଧକ୍କା ଦେଇ ପଡ଼ିଯାଇଥିଲେ। ଦୁର୍ଘଟଣା ପରେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।