ଝାରସୁଗୁଡା ଜିଲ୍ଲା ସଦର ଥାନା ଅଞ୍ଚଳରେ ଜୁଆଖେଳ ଚାଲିଥିବା ବେଳେ ମାଡି ବସିଲା ପୋଲିସ, ପାଞ୍ଚଜଣ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ଝାରସୁଗୁଡା ସଦର ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଜୁଆଖେଳ ଚାଲୁଥିବାବେଳେ ପୋଲିସ ତରଫରୁ ଚଢ଼ାଉ କରାଯାଇ ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ନେଇ ଆଜି ରାତି ୧୦ ଟା ସମୟରେ ପୋଲିସ ତରଫରୁ ସୂଚନା ଦିଆଯାଇଛି। ତେବେ ଜୁଆଖେଳରୁ ଉଦ୍ଧାର ସାମଗ୍ରୀର ଆକଳନ ଚାଲିଛି ଏବଂ ଆସନ୍ତାକାଲି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି।