ଗରିବଙ୍କ ପେଟରୁ ଦାନା ଛିନିନେଇ ସମାଜର ବିକାଶ କଥା କୁହାଯାଉଛି—କିନ୍ତୁ ପ୍ରଶ୍ନ ଉଠୁଛି, ଏହା କେତେ ନ୍ୟାୟସଂଗତ? ଆଗଲପୁର ବ୍ଲକ ଅନ୍ତର୍ଗତ ବାବୁପାଲି ଗ୍ରାମରୁ ଏକ ଚିନ୍ତାଜନକ ଘଟଣା ଆଜି ଅପରାହ୍ନ 2ଟା ସମୟରେ ସାମ୍ନାକୁ ଆସିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ଥିବା ଏକ ଗରିବ ପରିବାରକୁ ପାଞ୍ଚ ମାସ ଧରି ରାସନ ମିଳିନଥିବା ଅଭିଯୋଗ ହୋଇଛି। ଏହାର ଫଳରେ ପରିବାରଟି ଏବେ ଅନାହାର ଆଶଙ୍କାରେ ରହିଛନ୍ତି। ପ୍ରଶ୍ନ ହେଉଛି—ଦାୟୀ କିଏ? ପ୍ରଶାସନ କେବେ ନେବ କଠୋର ପଦକ୍ଷେପ