ଛେଣ୍ଡିପଦା ବସନ୍ତପୁର ସ୍ଥିତ ରାଧାମାଧବ ହାଇସ୍କୁଲ ଖେଳପଡିଆରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ପୂର୍ବାହ୍ନ 10 ଟା ରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଏକାଧିକ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ବ୍ରହ୍ମାବିଲ ଓ ତେନ୍ତୁଲୋଇ ମଧ୍ୟରେ ହୋଇଥଲା। ଫାଇନାଲ ମ୍ୟାଚରେ ଅତିଥି ଭାବେ ବିଜେପି ଯୁବନେତା ଅକ୍ଷୟପାଦ ବେହେରା ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।