ସାନଖେମୁଣ୍ଡି ବ୍ଲକରେ ଗୋଟିଏ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ। ଆଜି ଅପରାହ୍ନ ସାଢ଼େ ତିନି ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡରା ଗ୍ରାମ ପଞ୍ଚାୟତ ସରପଞ୍ଚ ଧୋବା ସ୍ୱାଇଁଙ୍କ ଝିଅର ବିବାହ ଭୋଜିରେ ଯୋଗ ଦେଇଥିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ। ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ବହୁ ସ୍ଥାନୀୟ ନେତା ଓ ଜନସାଧାରଣ ଉପସ୍ଥିତ ଥିଲେ।