ଆସନ୍ତା 2 ଦିନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ରାତି ତାପମାତ୍ରା 10ଡିଗ୍ରୀ ତଳେ ରହିବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଫଳରେ ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି।କଳାହାଣ୍ଡି ଜିଲ୍ଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜି ଅପରାହ୍ନ 4ଟା ସମୟରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।