୫୦ ବର୍ଷରେ ପଦାର୍ପଣ କଲା ମୟୁରଭଞ୍ଜ ଯଶିପୁର ସ୍ଥିତ ସାନନଈ ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ଅବସରରେ ଆଜି ସକାଳ 10 ଟା ରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉମରକୋଟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଜ ଉଦବୋଧନରେ ମନ୍ତ୍ରୀ ସ୍କୁଲର ପୂର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଲେ। ଏହା ସହ ସ୍କୁଲର ସଫଳତା କାମନା କରିଥିଲେ।