ବରିଷ୍ଠ ଆଇନଜୀବୀ ବିମଲ ଚନ୍ଦ୍ର ପ୍ରଧାନଙ୍କ ଶୋକସଭା ପାଳନ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବାର କାଉନସିଲର ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ବିମଲ ଚନ୍ଦ୍ର ପ୍ରଧାନଙ୍କ ଗତକଲି ହୃଦଘାତ ରେ ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗରେ ରେଢ଼ାଖୋଲ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଏନେଇ ଶନିବାର ସଂଧ୍ୟାରେ ରେଢ଼ାଖୋଲ ବିଜେପି କାର୍ଯ୍ୟାଳୟ ଠାରେ ନଗର ସଭାପତି ସୁଷମା ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ସ୍ବର୍ଗତ ଆଇନଜୀବୀ ବିମଳ ଚନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।