ସୋର: ସୋର ତହସିଲ ଏବଂ କନ୍ୟାଶ୍ରମ ପରିଦର୍ଶନ କଲେ ବାଲେଶ୍ୱର ଉପଜିଲ୍ଲାପାଳ
Soro, Balasore | Oct 8, 2025 ଆଜି ସୋର ଗସ୍ତରେ ବାଲେଶ୍ୱର ଉପ ଜିଲ୍ଲାପାଳ ଆସିଥିବା ଜଣାପଡିଛି। ଉପ ଜିଲ୍ଲାପାଳ ଶିଭ ମାଲଭ୍ୟା ସୋରର ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ପ୍ରଥମେ ସୋର ତହସିଲରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ତହସିଲଦାରଙ୍କ ସହ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ପରେ ପୁରୁବାଇ କନ୍ୟାଶ୍ରମ ପରିସରରେ ବୁଲିି ସ୍ଥିତି ପରିଦର୍ଶନ କରିଥିଲେ। ଏହି ସମୟରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ କ୍ଲାସ ରୁମରେ ତିନୋଟି କ୍ଲାସର ପିଲା ପାଠ ପଢୁଥିବାଦେଖିଥିଲେ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୮୨ ଜଣ ପିଲାଙ୍କୁ ମାତ୍ର ୩ ଜଣ ଶିକ୍ଷୟିତ୍ରୀ ପାଠ ପଢାଉଥିବା ଦେଖିଥିଲେ।