ବଡସାହି: ଚିତାଡ଼ିହି ଗ୍ରାମର ଯୁବକଙ୍କ ନିଖୋଜ ଘଟଣାରେ ମ୍ୟାନମିସିଂ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ
ବେତନଟୀ ଥାନା ଦହିକଟି ପଞ୍ଚାୟତ ଅଧୀନ ଚିତାଡ଼ିହି ଗ୍ରାମର ଜନୈକ ଯୁବକ ନିଖୋଜ ହେବା ଘଟଣାରେ ରବିବାର ରାତି ସାଢେଆଠଟାରେ ବେତନଟୀ ଥାନାର ଦ୍ୱାରସ୍ଥ ହେଲେ ପରିବାରବର୍ଗ l ଏତଲାକାରୀ ଦହିକଟି ପଞ୍ଚାୟତ ଅଧୀନ ଚିତାଡ଼ିହି ଗ୍ରାମର ରଘୁନାଥ ସିଂଙ୍କ ପୁଅ ସୁମନ୍ତ ସିଂଙ୍କ ଅଭିଯୋଗ ମୁତାବକ ସୁମନ୍ତଙ୍କ ବଡଭାଇ ସଞ୍ଜୟ ସିଂ ହଠାତ ନିଖୋଜ ହୋଇଯାଇଥିଲେ l