ଡାବୁଗାଁ: ମଇଦଲପୂର ଠାରେ ପଥ ଚାଳକଙ୍କୁ ଧକ୍କା ଦେଲା ବାଇକ 2 ଗୁରୁତର
ମଇଦଲପୂର ସଦର ମହକୁମାରେ ଆଜି ଏକ ବାଇକ ଜଣେ ପଥ ଚାଳକଙ୍କୁ ଧକ୍କା ଦେବା ଯୋଗୁଁ ପଥ ଚାଳକ ମାର୍କେଟିଙ୍ଗ ଗାର୍ଡ ରମେଶ ଚନ୍ଦ୍ର ସ୍ୱାଇଁ ଓ ବାଇକ ଚାଳକ ଧନପତି ମୁଦୁଲି ଗୁରୁତର ହୋଇଛନ୍ତି | ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ପରେ ରମେଶଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି | ରମେଶ ଚାଲିକି ଯାଉଥିବା ସମୟରେ ବାଇକଟି ପଛ ପଟେ ଆସି ଧକ୍କା ଦେଇଥିଲା | ସ୍ଥାନୀୟ ପୋଲିସ ପହଂଚି ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛି |