ଧଳପାଲ ଗ୍ରାମରେ ଧାନ କ୍ରୟ କେନ୍ଦ୍ର ଉଦଘାଟିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅନ୍ତର୍ଗତ ଟାମ୍ପରଗଡ ପଞ୍ଚାୟତର ଧଳପାଲ ଗ୍ରାମରେ ମଙ୍ଗଳବାର ସକାଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ କ୍ରୟ କେନ୍ଦ୍ର ବା ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟାମ୍ପରଗଡ ପଞ୍ଚାୟତର ସରପଞ୍ଚ କ୍ଷିରୋଦ ରାଉଳ , ସମ୍ମାନିତ ଅତିଥି ଭାବେ ପିଇଓ ଗୋରାଙ୍ଗ ସାହୁ , ସଂପାଦକ ଜିତେନ ନାଥ ଓ ଅଞ୍ଚଳର ଚାଷୀମାନେ ଯୋଗଦେଇଥିଲେ । ତେବେ ମିଲର ଆସିଥିବାରୁ ଧନ ବିକ୍ରି ହୋଇ ପାରିନଥିଲା ।