ରେଢାଖୋଲ: ବୁର୍ଡା ପଞ୍ଚାୟତ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ , ୩ ଟି ଛେଳି ଓ ଗୋଟିଏ ଗାଇ କୁ ଝୁଣି ଖାଇଲା ବାଘ
ବୁର୍ଡା ପଞ୍ଚାୟତ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ , ୩ ଟି ଛେଳି ଓ ଗୋଟିଏ ଗାଇ କୁ ଝୁଣି ଖାଇଲା ବାଘ ।ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବୁର୍ଡା ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ସକାଳେ କଲରା ପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । କଲରାପତରିଆ ବାଘ ଆଜି ସକାଳୁ ଗୋଟିଏ ଗାଇକୁ ମାରି ଖାଇଥିବା ଜଣାପଡିଛି । ତେବେ ବାଘଟି ଗତ ଦୁଇ ଦିନ ତଳେ ୩ ଟି ଛେଳିକୁ ମଧ୍ୟ ମାରି ଖାଇଥିବା ସୂଚନା ମିଳିଛି । ବାଘ ଆତଙ୍କ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି।