ଭୀମଭୋଇ ଲୋକ ମହୋତ୍ସବ ଉପଲକ୍ଷେ ନାକଟିଦେଉଳ ବ୍ଳକ କାର୍ଯ୍ୟାଳୟ ରେ ଆଲୋଚନା ଚକ୍ର ରେଢ଼ାଖୋଲ ଉପଖଣ୍ଡ ପ୍ରଶାସନ ତରଫରୁ ଭୀମଭୋଇ ଲୋକ ମହୋତ୍ସବ ଉପଲକ୍ଷେ ବୁଧବାର ସକାଳେ ନାକଟିଦେଉଳ ବ୍ଳକ କାର୍ଯ୍ୟାଳୟ ର ସଭାଗୃହରେ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଙ୍କ ସଭାପତିତ୍ବରେ ଭୀମଭୋଇ ଲୋକ ମହୋତ୍ସବ ପାଇଁ ରେଢ଼ାଖୋଲ ର ଐତିହ୍ୟ ସଂସ୍କୃତି ଲୋକ କଲା ଲୋକ କଥା ଏବଂ ସନ୍ଥକବି ଭୀମଭୋଇ ଶୀର୍ଶକକୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନାକଟିଦେଉଳ ବ୍ଳକ ଅଧ୍ୟକ୍ଷ ସ୍ବରୁପାରାଣୀ ସାହୁ ଙ୍କ ସମେତ ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଓ ଗଣ ମାଧ୍ୟମରେ ପ୍ରତନିଧି ମାନେ ଉପସ୍ଥିତ ଥିଲେ