ବୁଧବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣୀ ଥାନାର ନୂତନ ଆଇଆଇସି ଭାବରେ ଶ୍ରୀମତୀ ବବିତା ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | ବୌଦ୍ଧ ଥାନାର ଅତିରିକ୍ତ ଆଇଆଇସି ଦାୟିତ୍ବରେ ଥିବା ଶ୍ରୀମତୀ ସାହୁଙ୍କୁ ବାଉଁଶୁଣୀ ଥାନା ଆଇଆଇସି ଭାବରେ ବଦଳି ହୋଇଥିଲା | ବାଉଁଶୁଣୀ ଥାନା ଆଇଆଇସି ଥିବା ବାସୁଦେବ ଭୋଇ ଆଜି ଶ୍ରୀମତୀ ସାହୁଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ |