ପାପଡାହାଣ୍ଡି ବ୍ଲକ ପାତ୍ରୀ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ସଂଗୀତ,ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା |ପଂଚାୟତ ପିଇଓ ମଙ୍ଗୁଳୁ ଭତରା, ବିପିସି ଗିରିଜା ପ୍ରସାଦ ଦଳାଇ,ପିରାମଳ ପ୍ରତିଷ୍ଠା ସଭ୍ୟା ଶୁଭଶ୍ରୀ ଦାସ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ, ବିଶ୍ୱରଂଜନ ପାଣି, ରଞ୍ଜିତା ବେହେରା, ହିମାଂଶୁ ଶେଖର ସୋରି, ମହିଳା ସ୍ୱୟଂସହାୟକ ଦଳର ମା ମାନେ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ |