ସୋର: ସରଶଙ୍ଖ ଗ୍ରାମରେ ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତ୍ତର
Soro, Balasore | Oct 30, 2025 ସୋର ବ୍ଲକ ସରଶଙ୍ଖ ପଞ୍ଚାୟତ ସରଶଙ୍ଖ ଗ୍ରାମରେ ଆଜି ସକାଳେ ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଆଜି ସକାଳେ ଏହି ଗ୍ରାମର ନବମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା ଅନ୍ୟ ସହପାଠୀ ଙ୍କ ସହ ଟିଉସନରୁ ଘରକୁ ଫେରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ କୁକୁଡ଼ା ଚିଆଁ ବୋଝେଇ ଗାଡି ରାସ୍ତାରେ ଓହଳି ରହିଥିବା ବିଦ୍ୟୁତ କେବୁଲ ତାରକୁ ଘୋଷାରି ନେବାରୁ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡି ଦେବାଶିଷଙ୍କ ସାଇକେଲ ଉପରେ ପଡିଥିଲା। ଦେବାଶିଷଙ୍କ ସହ ଅନ୍ୟ ସହପାଠୀ ମାନେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ରକ୍ଷାପାଇଯାଇଥିଲେ।