ଏକାଧିକ ନାବାଳିକାଙ୍କୁ ଚାଲାଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ରାୟ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ। ଅଭିଯୁକ୍ତ ମାନେ ଶରତ ଥାନା ଅନ୍ତର୍ଗତ କଟୁରିଆ ଅଞ୍ଚଳର ଧନେଶ୍ବର ମୁର୍ମୁ, ପଶ୍ଚିମବଙ୍ଗ ରାଜ୍ୟ ଗୋପୀବଲ୍ଲଭପୁର ଥାନା ଅଠାନି ଅମର୍ଦ୍ଦା ଅଞ୍ଚଳର ଶ୍ୟାମସୁନ୍ଦର ରଣା ଏବଂ ରାଜସ୍ଥାନ ର ବରନ ସଦର ଥାନା ଅନ୍ତର୍ଗତ ବାର୍ଦ୍ଦାଚୌକି ଗ୍ରାମର ରାମ ସୁମନ।