ବାମରା ବ୍ଲକ ଅନ୍ତର୍ଗତ ସାଧପଡ଼ା ଗ୍ରାମର ରସାନନ୍ଦ କମାର ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ସାଧପଡ଼ା ମୁଖ୍ୟ ଛକରେ ରାସ୍ତା ପାରି ହେଉଥିବା ବେଳେ ରଙ୍ଘାପଡ଼ା ପଟରୁ ଏକ ବାଇକ୍ ଦୃତଗତି ରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରସାନନ୍ଦ ରାସ୍ତା ମଝିରେ ଛିଟିକି ପଡ଼ି ଥିବା ବେଳେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ବାମରା ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍ କୁ ପୋଲିସ ଜବତ କରିଛି।