ଗଞ୍ଜାମ ଜିଲ୍ଲାରେ ପ୍ରତି ପଞ୍ଚାୟତର ଜନ ସାଧାରଣ ମାନେ ଯେପରି ନିଜ ନିଜ ପଞ୍ଚାୟତରେ ନିଜ ନିଜ ଅଭିଯୋଗ ଜଣାଇ ପାରିବେ ସେଥି ଲାଗି ଗଞ୍ଜାମ ଜିଲ୍ଲାପାଳ ଗତ କିଛି ମାସ ତଳେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିଲେ। ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଛତ୍ରପୁର ବିଡ଼ିଓ ।