ରାଜଗାଙ୍ଗପୁର: ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ମାଡ଼ି ବସିଲା ପୋଲିସ,୫ ଗିରଫ ଦେଶୀ ପିସ୍ତଲ ସହ ମାରଣାସ୍ତ୍ର ଜବତ
ପେଟ୍ରୋଲ ପମ୍ପ ରେ ଡକାୟତି କରିବାକୁ ଯୋଜନା କରୁ ଥିଲେ ଦୁର୍ବୃତ୍ତ। ସୂଚନା ପାଇ ଚଢାଉ କଲେ ରାଜଗାଙ୍ଗପୁର ଥାନା ପୋଲିସ୍। ଗିରଫ ହେଲେ ୫ ଡକାୟତ। ତେବେ ପୋଲିସ ଟିମ୍ କୁ ଦେଖି ଡକାୟତ ମାନେ ଛୁରୀ ରେ ଆକ୍ରମଣ କରିଥିଲେ। କିନ୍ତୁ ପୋଲିସ ର ତତ୍ପରତା ଯୋଗୁଁ ଜଣେ କନେଷ୍ଟବଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଡକାୟତ ଦଳ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀବନ୍ଧ ର ହକି ପଡିଆରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିଲେ। ଖବର ପାଇ ପୋଲିସ ଚଢାଉ କରିଥିଲେ। ଗିରଫ ଅଭିଯୁକ୍ତ ଙ୍କ ନିକଟରୁ ଗୋଟିଏ ପିସ୍ତଲ, ଖଣ୍ଡା , ସହ ମାରଣାସ୍ତ୍ର ଜବତ ହୋଇଛି।