ଅଦୃଶ୍ୟ ସାଇବର ଅପରାଧିଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ଯଶିପୁର ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ପ୍ରାୟ ୧୨ ଟାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକଙ୍କ ନେତୃତ୍ବରେ ଯଶିପୁର ଥାନା ପରିସରରୁ ସାଇବର ସଚେତନତା ରଥ ବାହାରି ବଜାର ପରିକ୍ରମା କରିଥିଲା।