ବଲାଙ୍ଗୀର ବସ ତର୍ମୀନାଲ ଠାରେ ବସ ମାଲିକ, ଚାଳକ ଓ କଣ୍ଡକ୍ଟରମାନଙ୍କ ମଧ୍ୟରେ ଅଗ୍ନି ସୁରକ୍ଷା ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇଁ ଆଜି ବଲାଙ୍ଗୀରରେ ଏକ ଫାୟାର ସେଫ୍ଟି ଟ୍ରେନିଂ ପ୍ରୋଗ୍ରାମ ଆୟୋଜିତ ହେଲା । ଏହି କାର୍ଯ୍ୟକ୍ରମରେ ଅଗ୍ନିକାଣ୍ଡ ସମୟରେ ଯାତ୍ରୀମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରିବା ଓ ଯାନରେ ଥିବା ଫାୟାର ଏକ୍ସଟିଙ୍ଗୁଇଶର୍ର ବ୍ୟବହାର ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ଦିଆଯାଇଲା । ଏହି ଅଭିଯାନକୁ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ଓଡ଼ିଶା, କମର୍ଶିଆଲ୍ ଟ୍ରାନ୍ସପୋର୍ଟ ଅଫିସ, ବଲାଙ୍ଗୀର ଓ ଜିଲ୍ଲା ପ୍ରଶାସନ ଯୁକ୍ତ ଭାବେ ଆୟୋଜନ କରିଥିଲେ ।