ସୋମବାର ଦିନ କଣ୍ଟାମାଳ ବ୍ଲକ ଘଣ୍ଟାପଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଘଣ୍ଟା ପଡା ଓ ଆମ୍ବଗାଁ ଠାରେ ସରକାରୀ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇ ଯାଇଛି l ଘଣ୍ଟାପଡା ଠାରେ ବରିଷ୍ଠ ସଦସ୍ୟ ସୁଶାନ୍ତ ମାଝୀ, ନୋଡାଲ ଅଫିସର ଗୁରୁ ଚରଣ ସେଠୀ ଓ ଆମ୍ବଗାଁ ଠାରେ ସରପଞ୍ଚ ପ୍ରତିମା ରଣା ଓ ନୋଡାଲ ଅଫିସର ବିଶିକେଶନ ରଣାଙ୍କ ଉପସ୍ଥିତିରେ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ କରା ଯାଇଥିଲା l ଉଭୟ କାର୍ଯ୍ୟକ୍ରମରେ ସମିତିର ସଭାପତି ମାନୁ ରଣା, ସମ୍ପାଦକ କର୍ଣ୍ଣ ରଣା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l