ଢେଙ୍କାନାଳ ସଦର: ପାଣିପାଗ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
ଢେଙ୍କାନାଳ ଜିଲ୍ଲାକୁ ଆଜି ଅପରାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ରହିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢିବା ନେଇ ସୂଚନା ମିଳିଛି। ଅସହ୍ୟ ଖରାରେ ଦିନ ବେଳା ସହର ଶୂନଶାନ ରହିଛି ଓ ସାଧାରଣ ଲୋକେ କୌଣସି କାର୍ଯ୍ୟରେ ବାହାରକୁ ଗଲେ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।