ବଲାଙ୍ଗୀର ସହର ଶାନ୍ତିପଡାର ପ୍ରବୀଣ କୁମାର ମହାଳିଙ୍ଗ ଓରଫ ମୁଟୁ ୨୪ ଘଣ୍ଟା ହେଲା ନିଖୋଜ ଅଛନ୍ତି | ଗତକାଲି ସବୁ ଦିନ ଭଳି ପଥରଚେପା ଗାଁକୁ ଯାଇଥିଲେ ମୁଟୁ | ବାଇକକୁ ଏକ ଦୋକାନ ନିକଟରେ ରଖି ଦେଇ କୁଆଡେ ଚାଲିଯାଇଛନ୍ତି | ବାଇକଟି ସେମିତି ଥୁଆ ହୋଇଛି | ଗତକାଲି ରାତିରେ ମୁଟୁ ଘରକୁ ଫେରିନଥିଲେ | ଯାହା ଫଳରେ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ | ଆଜି ବନ୍ଧୁ ପରିଜନଙ୍କୁ ମଧ୍ୟ ପଚାରିଥିଲେ | କୌଣସି ଖୋଜଖବର ମିଳିନଥିଲା | ଫଳରେ ଆଜି ବଲାଙ୍ଗୀର ସଦର ଥାନାରେ ପରିବାର ଲୋକେ ମିସିଙ୍ଗ ରିପୋର୍ଟ ଦେଇଛନ୍ତି | ସଦର ପୋଲିସ ଛନଭିନ ଜାରି ରଖିଛି |