ଝାରସୁଗୁଡା: ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଝାରସୁଗୁଡା ଜିଲ୍ଲା ମହୋତ୍ସବ "ଦୁଲଦୁଲି-୨୦୨୬" ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଅଧ୍ୟକ୍ଷତାରେ ଆଜି ଦିନ ସାଢେ ତିନିଟା ସମୟରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଝାରସୁଗୁଡା ଜିଲ୍ଲା ମହୋତ୍ସବ "ଦୁଲଦୁଲି-୨୦୨୬" ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଅଧକ୍ଷତା କରିଥିବା ବେଳେ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ, ସଂସ୍କୃତି ବିଭାଗର ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ର ସଦସ୍ୟ ଗଣ ଉପସ୍ଥିତ ରହିଥିଲେ।