ତାଳଚେର ସଦର: ବେଣୀପଥର ଗ୍ରାମରେ ଜଙ୍ଗଲୀ ବାର୍ହା ଆକ୍ରମଣରେ ମହିଳା ଗୁରୁତର
ପାଲଲହଡ଼ା ବ୍ଲକ ରୋହିଲା ପଞ୍ଚାୟତ ବେଣୀପଥର ଗ୍ରାମର କାମିନୀ ସାହୁ ରବିବାର ସକାଳ ୭ ଘଟିକା ସମୟରେ କୌଣସି ଏକ କାମରେ ନିକଟସ୍ଥ ଜଙ୍ଗଲକୁ ଯାଉଥିବା ବେଳେ ଜଙ୍ଗଲି ବାର୍ହା ଆକ୍ରମଣରେ ତାଙ୍କର ବାମହାତ ଭାଙ୍ଗିବା ସହ ଗୋଡ଼ରେ ଗଭୀର ଆଘାତ ଲାଗିଛି।ତାଙ୍କୁ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ଅନୁଗୋଳ ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଏହି ଖବର ପାଇ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଅନୁଗୁଳ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଉତ୍ତମ ଚିକିତ୍ସା ଯୋଗାଇଦେବା ନିମନ୍ତେ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ ।