ସୋର: ସୁଠଙ୍ଗ ଗ୍ରାମରୁ ଘରେ କେହିନଥିବା ବେଳେ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟ, ଥାନାରେ ଅଭିଯୋଗ
Soro, Balasore | Oct 28, 2025 ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ସୁଠଙ୍ଗ ଗ୍ରାମ ର ଚକ୍ରଧର ଜେନା ଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଗଡ଼ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି।ଦୀପାବଳି ପାଇଁ ଖନ୍ତାପଡ଼ାରେ ଯାତ୍ରା ଓ ଉତ୍ସବର ମାହୋଲ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ଗତ କାଲି ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଘଟାଇଛନ୍ତି।ଘରର ମୁଖ୍ୟ କବାଟ ଚାବି ଭଙ୍ଗିବା ସହ ଘର ଭିତରେ ଥିବା ଦୁଇଟି ଘର ଚାବି ଭାଙ୍ଗି ଦୁଇଟି ଗଡ଼ରେଜ ରୁ ଦୁର୍ବୁତ୍ତ ମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟିନେଇଥିଲେ।