୬୯ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ପାଇଁ ଗୌରବର ଖବର। ୧୪ ବର୍ଷରୁ କମ୍ ବାଳକ ବିଭାଗ ସନ୍ତରଣର ୫୦ ମିଟର ବ୍ରେଷ୍ଟ୍ ଷ୍ଟ୍ରୋକ ଇଭେଣ୍ଟରେ ଇନ୍ଦ୍ରାନଗର୍ ନିବାସୀ ଶ୍ରୀ ସୌରଭ ପୁଟେଲ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ତାଙ୍କର ଏହି ଅଭୁତପୂର୍ବ ସଫଳତା ପାଇଁ ବଲାଙ୍ଗିର ପୌରାଧ୍ୟକ୍ଷା #ଲିକା_ସାହୁ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସୌରଭଙ୍କୁ ସମ୍ମାନିତ କରିଥିଲେ। ଏହା ସହ ଭଗବାନଙ୍କ ନିକଟେ ତାଙ୍କର ଉଜ୍ଜ୍ୱଳ ଓ ସଫଳ ଭବିଷ୍ୟତ ପାଇଁ କାମନା କରିଥିଲେ।