ଡାବୁଗାଁ: ପାଳପୂରରେ ବାଇକରେ ମଦ ନେଉଥିବା ବେଳେ ବ୍ୟାବସାୟୀଙ୍କୁ ଧରି ତାଗିଦ କଲେ ଗାଁ ଯୁବକ
ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ପାଲପୂର ଠାରେ ଆଜି ଜଣେ ବ୍ୟାବସାୟୀ ବାଇକରେ ମଦ ନେଇ ନୂଆଗୁଡା ଯିବା ସମୟରେ ଧରିଥିଲେ ଗାଁ ଯୁବକ | ପରେ ତାଗିଦ କରି ଛାଡିଦେଇଥିଲେ | ବ୍ୟାବସାୟୀ ଜଣକ ବିକ୍ରି ଉଦେଶ୍ୟରେ ପାପଡାହାଣ୍ଡି ରୁ ମଦ ନେଇ ନୂଆଗୁଡା ଯିବା ସମୟରେ ଗାଁ ଯୁବକଙ୍କ ହାବୁଡ଼ରେ ପଡିଥିଲେ | ପାଲପୂର ଠାରେ ମଦ ବନ୍ଦ ନେଇ ଅଣ୍ଟାଭିଡିଛନ୍ତି ଗ୍ରାମବାସୀ | ତେଣୁ ଆଗକୁ ଆଉ ମଦ ନ ବିକ୍ରି କରିବା ପାଇଁ କହି ତାଗିଦ କରି ଛାଡ଼ିଥିଲେ |