ଛତ୍ରପୁର: ଗଞ୍ଜାମ ସହର ନିକଟସ୍ଥ ରେଳ ଧାରଣାରେ ବାଜି ଲାଗୁଛି ଦୈନିକ ଶହ ଶହ ଜୀବନ, ରେଳ ଧାରଣା ପାଲଟିଛି ପାଦଚଲା ରାସ୍ତା #Jansamasya
ରେଳ ଧାରଣା ପାଲଟିଛି ପାଦ ଚଲା ରାସ୍ତା l କେତେବେଳେ ଯେ ଜୀବନ ଚାଲିଯିବ ତାହା କହିବା ମୁସ୍କିଲ । ତଥାପି ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ସେହି ମରଣ ରାସ୍ତାରେ ଚାଲିଛନ୍ତି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ। ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପରେ ଯାଇଥିବା ରେଳରାସ୍ତା ପାର୍ଶ୍ଵରେ ରହିଛି ଛୋଟିଆ ପାଦଚଲା ରାସ୍ତା। ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକେ ଯାତାୟାତ କରୁଛନ୍ତି। ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।