ବଡ଼ ଦିନ ପର୍ବ ଉପଲକ୍ଷେ ଆଜି ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ରାଜେନ୍ଦ୍ର କଲେଜ୍ ଛକ ଅଞ୍ଚଳର ବିଭିନ୍ନ ଚର୍ଚ୍ଚକୁ ପରିଦର୍ଶନ କରିଛନ୍ତି ପୌରଧକ୍ଷା ଲୀକା ସାହୁ। ଏହି ସମୟରେ ସେ ଖ୍ରୀଷ୍ଟାନ ସମ୍ପ୍ରଦାୟର ଭାଇଭଉଣୀଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇବା ସହ ଶାନ୍ତି, ପ୍ରେମ ଓ ଭାଇଚାରାର ସନ୍ଦେଶ ପ୍ରଦାନ କରିଥିଲେ। ସେ କହିଛନ୍ତି, ସମସ୍ତ ପର୍ବ ଆମକୁ ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବରେ ବାନ୍ଧି ରଖେ। ଏପରି ପଦକ୍ଷେପ ସମାଜରେ ସହଯୋଗ ଓ ସମନ୍ୱୟକୁ ଆହୁରି ମଜବୁତ କରିଥାଏ ବୋଲି ସେ କହିଛନ୍ତି।